Odia Christian Song Lyrics
ଏହି ଓଡିଆ ଗୀତ ସହିତ ପ୍ରଭୁଙ୍କୁ ପ୍ରାର୍ଥନା କର
ଗୀତ. ୧
ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା ·
ମଣ୍ଡଳୀ ଠିଆ ହେବ ସଫଳ ଆମେ ହେବା
ଏଇ ... ଏଇ... ଏଇ ଆମର ଲକ୍ଷ୍ୟ ... (୧)
୧. ଆସିବ କେତେ ଝଡ଼ଝଞ୍ଜା ପଛକୁ କେବେ ନ ହଟିବା
ଆପଣା କୃଶ ବହନ କରି ସତ୍ୟ ପଥ ଦେଖାଇବା
ବଢ଼ିଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା ।
୨. ଖ୍ରୀଷ୍ଟ ଆମ ଚିର ସାଥୀ ଆମ ସଙ୍ଗେ ସଦା ରୁହନ୍ତି
ସେ ଅଟନ୍ତି ଆମ ଶକତି ଦୂର ହେବ ସକଳ ଭିଭି
ବଢ଼ିଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା ।